ସଡ଼କ ଦୁର୍ଘଟଣାରେ ବାଇକ ଚାଳକ ମୃତ

ବଡ଼ସାହି : ବାରିପଦା-ଉଦଳା ରାସ୍ତାର ହାତୀବନ୍ଧା ନିକଟରେ  ସଡ଼କ ଦୁର୍ଘଟଣାରେ ଜଣେ ବାଇକ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ବୈଶିଙ୍ଗା ଥାନା ଅଧୀନ ରଘୁପୁର ଗ୍ରାମର ଦାସ ସିଂଙ୍କ ପୁଅ ଭଟା ।

ଭଟା ଏକ ହୋଣ୍ଡା ବାଇକରେ ଶନିବାର ରାତିରେ ନିଜ ଭଉଣୀ ଘର କମଳାଶୋଳ ଗ୍ରାମକୁ ଯାଉଥିବା ସମୟରେ ଭାରସାମ୍ୟ ହରାଇ ରାସ୍ତା କଡ ଗଛରେ ବାଡେଇ ହୋଇଥିଲା। ଫଳରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତଳେ ପଡି ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା। ଖବର ପାଇ ବଡ଼ସାହି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ପୂର୍ବକ ଏକ ଦୁର୍ଘଟଣା ମାମଲା ରୁଜୁ କରି ଶବ ଉଦ୍ଧାର ପରେ ବ୍ୟବଚ୍ଛେଦ କରାଇ ପରିବାର ବର୍ଗକୁ ହସ୍ତାନ୍ତର କରିଛି।

Comments are closed.