ସଡ଼କ ଦୁର୍ଘଟଣାରେ ୧୭ ଆହତ

କେନ୍ଦୁଝର : କେନ୍ଦୁଝର ତେଲକୋଇ ନିକଟରେ ରବିବାର ଏକ ଯାତ୍ରୀବାହୀ ବସ ଓ ଟ୍ରକ ଧକ୍କା ହୋଇ ୧୭ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୨ ଜଣ ଗୁରୁତର ଥିବା ଜଣାପଡ଼ିଛି। ସ୍ଥାନୀୟଲୋକେ ସମସ୍ତ ଗୁରୁତର ଆହତଙ୍କୁ ଉଦ୍ଧାର କରିଥିଲେ ଓ ସେମାନଙ୍କୁ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, କେନ୍ଦୁଝରରୁ ଯାଉଥିବା ଏକ ଯାତ୍ରୀବାହୀ ବସକୁ କାଞ୍ଜିପାଣି ବାଳିକା ବିଦ୍ୟାଳୟ ନିକଟରେ ସାମ୍ନା ପଟୁ ଆସୁଥିବା ଏକ ଟ୍ରକ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଛି। ବସଟି ଅନୁଗୁଳରୁ ରାଇରଙ୍ଗପୁର ଯାଉଥିଲା।

Comments are closed.