କାର ଧକ୍କାରେ ବୃଦ୍ଧ ମୃତ

ତିହିଡ଼ି : ଭଦ୍ରକ – ଚାନ୍ଦବାଲି ରାଜ୍ୟ ରାଜପଥର ତିହିଡ଼ି ଥାନା ଅନ୍ତର୍ଗତ କାନପୁର ଗାଁ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ମୃତ ବୃଦ୍ଧ ହେଲେ କାନପୁର ଗ୍ରାମର ଗଙ୍ଗାଧର ବାରିକ (୬୫)। ମିଳିଥିବା ସୂଚନା ଅନୁଯାୟୀ, ଗଙ୍ଗାଧର ପାଖରେ ଥିବା ବଜାରକୁ ସାଇକେଲରେ ଯାଉଥିବା ସମୟରେ ତାଙ୍କୁ ଏକ କାର ଧକ୍କା ଦେଇଥିଲା। ତାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ତିହିଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ମାତ୍ର ଡ଼ାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

Comments are closed.