ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚିତ୍ରଶିଳ୍ପୀ ଦେବେନ୍ଦ୍ର ଖଟୁଆଙ୍କ ବିୟୋଗ

ବାଲେଶ୍ବର: ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚିତ୍ରଶିଳ୍ପୀ ଦେବେନ୍ଦ୍ର ଖଟୁଆଙ୍କ ବିୟୋଗ ହୋଇଛି। ଏକ ବସ ଧକ୍କାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି ଘଟଣାରେ ଶିଳ୍ପାଞ୍ଚଳ ପୁଲିସ ବସକୁ ଜବତ କରିବା ସହ ଚାଳକକୁ ଗିରଫ କରିଛି।

ମିଳିଥିବା ସୂଚନା ଅନୁଯାୟୀ, ଏକ ସ୍କୁଟିରେ ଚିତ୍ରଶିଳ୍ପୀ ଦେବେନ୍ଦ୍ର ଖଟୁଆ ଯାଉଥିବା ବେଳେ ରେମୁଣା ଗୋଲେଇ ଛକ ନିକଟରେ ଦିନ ପ୍ରାୟ ୧୨ଟା ସମୟରେ ଏହି ଅଘଟଣ ଘଟିଛି। ରାସ୍ତା କଡରେ ଏକ ସ୍କୋର୍ପିଓ ଠିଆ ହୋଇଥିବା ବେଳେ ଚିତ୍ରଶିଳ୍ପୀ ଦେବେନ୍ଦ୍ର ଖଟୁଆ ତାକୁ ଓଭର ଟେକ୍ କରି ଯିବାକୁ ଚେଷ୍ଟା କରୁଥିଲେ। ଏହି ସମୟରେ ପଛରୁ ଏକ ବସ୍ ତାଙ୍କୁ ଧକ୍କା ଦେଇଥିଲା। ସେ ତଳେ ପଡି ଯିବା ପରେ ବସଟି ତାଙ୍କ ମୁଣ୍ଡ ଉପରେ ଚଢି ଯାଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ସ୍ଥାନୀୟଲୋକେ ବସ୍ ଚାଳକକୁ କାବୁ କରି ନେଇଥିଲେ ପରେ ପୁଲିସ ତାକୁ ଗିରଫ କରିଥିଲା।

Comments are closed.