ଅଟୋ ବାଇକ ମୁହାଁମୁହିଁ : ପାଞ୍ଚ ଆହତ, ଦୁଇ ଗୁରୁତର, ପୁଲିସ ଦେଖାଇଲା ମାନବିକତା

ପାତ୍ରପୁର : ଜରଡା ଥାନା ପାତ୍ରପୁର ଘଡେଇଗାଁ ମଧ୍ୟରେ ଆଜି ଏକ ଅଟୋ ସହିତ ବାଇକ ମୁହାଁମୁହିଁ ଧକ୍କା ହେବ ଫଳରେ ୫ଜଣ ଆହତ ହୋଇଥିଲେ । ସେଥି ମଧ୍ୟରୁ ଦୁଇଜଣ ଗୁରୁତର ଆହ ଙ୍କୁ ବ୍ରହ୍ମପୁର ବଡ଼ଡାକ୍ତଖାନା ସ୍ଥାନାନ୍ତରିତ କରାଯାଇଛି । ତେବେ ଦୁର୍ଘଟଣା ପରେ ରାସ୍ତାରେ ରକ୍ତ ଉବୁ ଡୁବୁ ଅବସ୍ଥାରେ ପଡି ରହିଥିବା ଆହତ ଲୋକମାନଙ୍କୁ ପୁଲିସ ନିଜ ଗାଡ଼ିରେ ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ମହ।ନୀୟତାର ପରିଚୟ ଦେଇଛି । ଗୁରୁତର ହୋଇ ବ୍ରହ୍ମପୁର ସ୍ଥାନାନ୍ତରିତ ହୋଇଥିବା ଦୁଇ ଜଣ ହେଲେ ଦିଗପହଣ୍ଡି ବ୍ଳକ ବମୋକେଇ ଗ୍ରାମର ଶିକ୍ଷକ ମୁକୁନ୍ଦ ପ୍ରଧାନ ଏବଂ ସୁରେନ୍ଦ୍ର ବେହେରା ବୋଲି ଜଣା ପଡ଼ିଛି । ଅନ୍ୟ ଆହତ ଅଟୋ ଚାଳକଙ୍କ ସମେତ ତିନିଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛଡା ଯାଇଛି ।

ଆଜି ବମୋକେଇ ଗ୍ରାମରୁ ପାତ୍ରପୁର ଅଭିମୁଖେ ବାଇକ ଯୋଗେ ସୁରେନ୍ଦ୍ରଙ୍କ ସମେତ ତିନିଜଣ ଆସୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଅଟୋ ସହିତ ଧକ୍କା ହୋଇଥିଲା । ଏହି ରାସ୍ତା ଦେଇ ପାତ୍ରପୁର କୋର୍ଟକୁ ଯାଉଥିବା ଖ।ରିଆଗୁଡା ଫାଣ୍ଡି ଅଧିକାରୀ ପ୍ରଫୁଲ ଚନ୍ଦ୍ର ଶତପଥି ଏହା ଦେଖି ତୁରନ୍ତ ଆହତ ମାନଙ୍କୁ ଗାଡ଼ିରେ ଡାକ୍ତର ଖାନା ନେଇଥିଲେ। ଯାହାକୁ ନେଇ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

Comments are closed.