କାର ଓ ଟ୍ରକ ମୁହାଁମୁହିଁ ଧକ୍କା ; ୫ ମୃତ

ଜୌନପୁର : ଉତ୍ତରପ୍ରଦେଶର ଜୌନପୁର ଜିଲାରେ ମଙ୍ଗଳବାର ସକାଳେ ଏକ ବଡ ଧରଣର ସଡ଼କ ଦୁର୍ଘଟଣା ଘଟିଛି। କାର ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ଦୁର୍ଘଟଣାରେ ୨ ଭାଇଙ୍କ ସମେତ ଗୋଟିଏ ଗାଁର ୫ ଜଣଙ୍କର ମୃତ୍ୟୁ ଘଟିଛି। ଜଣଙ୍କ ଅବସ୍ଥା ଗୁରୁତର ମଧ୍ୟ ରହିଛି। ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ କ୍ଷତିଗ୍ରସ୍ତ ହୋଇଥିବା କାରକୁ କାଟି ଏହା ମଧ୍ୟରୁ ମୃତଦେହ ଉଦ୍ଧାର କରିଛି।
ଜୌନପୁର ଜିଲାର ଜଲାଲପୁର ଥାନା ଅନ୍ତର୍ଗତ ତ୍ରିଲୋଚନ ମକଡା ବାଇପାସ ନିକଟରେ ବରଯାତ୍ରୀ ଥିବା ଏକ କାର ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ସକାଳ ୬ଟା ସମୟର ଏହି ଘଟଣା। ଉକ୍ତ ଟ୍ରକଟି ଜୌନପୁରରୁ ବାରାୟାସୀ ଯାଉଥିଲା। ଘଟଣାର ତଦନ୍ତ ଜାରି ରହିଛି।

Comments are closed.