୩ଟି ଗାଡି ପରସ୍ପର ମଧ୍ୟରେ ଧକ୍କା; ୫ ମୃତ

ବିଜନୋର: ଉତ୍ତରପ୍ରଦେଶର ବିଜେନୋରରେ ଗୁରୁବାର ସକାଳେ ଏକ ମର୍ମନ୍ତୁଦ ସଡକ ଦୁଘର୍ଟଣା ଘଟିଛି । ତିନୋଟି ଗାଡି ପରସ୍ପର ମଧ୍ୟରେ ଧକ୍କା ହୋଇ ୫ ଜଣଙ୍କ ମୃତ୍ୟୁ ହୋଇଛି । ସୂଚନାଯୋଗ୍ୟ, କୋତବାଲି ସହରର ବିଜନୋରର ଝାଲୁ ମାର୍ଗ ନିକଟରେ ତରଳ ଗୁଡ ବୋଝେଇ ଏକ ଟ୍ୟାଙ୍କର ପ୍ରଥମେ ବ୍ରେକ୍ ଫେଲ ହୋଇ ଏକ କୋଇଲା ଟ୍ରକ୍ କୁ ଧକ୍କା ଦେଇଥିଲା। ପରେ ଏହି ଟ୍ରକ୍ ଟି ଭାରସାମ୍ୟ ହରାଇ ଅନ୍ୟ ଏକ ଟ୍ରକକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ତିନୋଟି ଗାଡିରେ ଥିବା ଚାଳକଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ମୃତକଙ୍କ ପରିବାରକୁ ଅବଗତ କରାଯାଇଛି । ସମସ୍ତ ମୃତକ ଧାମପୁରର ମିଲ୍କ ମୁକିମପୁର ଗ୍ରାମର ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି ।

Comments are closed.