କାର୍‌ ଧକ୍କାରେ ବାଇକ ଚାଳକ ଗୁରୁତର

0

ପିପିଲି: ପିପିଲି-ଦାଣ୍ଡମୁକୁନ୍ଦପୁର ରାସ୍ତାର ଖଣ୍ଡିଆଗିରୀ ଛକ ନିକଟରେ ରବିବାର ଏକ କାର୍‌ ଧକ୍କାରେ ଜଣେ ବାଇକ ଚାଳକ ଗୁରୁତର  ହୋଇଛନ୍ତି  । ତାଙ୍କ ମୁଣ୍ଡ ସମେତ ଶରୀରର ବିଭିନ୍ନ ସ୍ଥାନରେ ଗୁରୁତର ଆଘାତ ଲାଗିଥିବା ବେଳେ ଅଚେତ୍‌ ଅବସ୍ଥାରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଦମକଳ କର୍ମଚାରୀମାନେ ଉଦ୍ଧାର କରି ଚିକିତ୍ସା ପାଇଁ ପିପିଲି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ  । ତେବେ ଅବସ୍ଥା ଅଧିକ ଗୁରୁତର ହେବାରୁ ପରେ ତାଙ୍କୁ କ୍ୟାପିଟାଲ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି  । ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ତାଙ୍କ ପରିଚୟ ମିଳିପାରିନାହିଁ  ।

ସୂଚନା ଅନୁଯାଇ, ପିପିଲିରୁ ଦାଣ୍ଡମୁକୁନ୍ଦପୁର ଅଭିମୁଖେ ଯାଉଥିବା ଏକ ବାଇକ୍‌ ଖଣ୍ଡିଆଗିରୀ ଗ୍ରାମ୍ୟଛକ ନିକଟରେ ମଧ୍ୟାହ୍ନ ପ୍ରାୟ ୧ଟା ସମୟରେ ସମ୍ମୁଖରୁ ଆସୁଥିବା ଏକ କାର୍‌ ସହ ମୁହାମୁହିଁ ଧକ୍କା ଲାଗିଥିଲା  । ବାଇକ୍‌ ଚାଳକ ଛିଟିକି ଯାଇ କାର୍‌ର ସମ୍ମୁଖ ଭାଗ କାଚ ଉପରେ ମାଡ ହୋଇଥିବା ବେଳେ ତାଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିଲା  । ଦୁର୍ଘଟଣାରେ ବାଇକ୍‌ର ସମ୍ମୁଖ ଭାଗ ସଂପୂର୍ଣ୍ଣ ଭାଙ୍ଗିରୁଜି ଯାଇଥିବା ବେଳେ ଆଗ ଚକର ରିମ୍‌ ଖଣ୍ଡ ଖଣ୍ଡ ହୋଇ ଯାଇଥିଲା  । ଖବର ପାଇ ପିପିଲି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡି ଦୁଇଟିକୁ ଜବତ କରିବା ସହ ଘଟଣାର ତଦନ୍ତ ଚଳାଇଛି  ।

Leave A Reply