ସଡ଼କ ଦୁର୍ଘଟଣାରେ ୨ମୃତ, ୧୦ ଗୁରୁତର

ରାଉରକେଲା / ଝାଡ଼ଖଣ୍ଡ : ଝାଡ଼ଖଣ୍ଡର ଗୁମଲା ଜିଲା ପାଲକୋଟ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଟ୍ରେଲର ସହ ବସ ଧକ୍କା ହୋଇ ୨ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି। ରାଉରକେଲାରୁ ଏକ ଘରୋଇ ଯାତ୍ରୀବାହୀ ବସ ବିହାର ଗୟା ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ଗୁରୁତର ହୋଇଥିବା ୧୦ ଜଣଙ୍କୁ ଝାଡ଼ଖଣ୍ଡ ଗୁମଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Comments are closed.