ପୃଥକ ସଡ଼କ ଦୁର୍ଘଟଣାରେ ୩ ମୃତ

ପୁରୀ / ସୋନପୁର : ପୁରୀ ଅନ୍ତର୍ଗତ ମାଳତୀପାଟପୁର ଓଭରବ୍ରିଜରେ ବୁଧବାର ବିଳମ୍ବିତ ରାତିରେ ବାଇକ ଦୁର୍ଘଟଣା ଗ୍ରସ୍ତ ହୋଇ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି। ଆହତଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ସୂଚନାଯୋଗ୍ୟ, ତିନି ଜଣ ଗୋଟିଏ ବାଇକରେ ମାଳତୀପାଟପୁର ଓଭରବ୍ରିଜ ଦେଇ କୋଣାର୍କ ଆଡ଼କୁ ଯିବା ସମୟରେ ବାଇକ ଉପରୁ ନିୟନ୍ତ୍ରଣ ହରାଇବା କାରଣରୁ ଏହି ଦୁର୍ଘଟଣା ଘଟିଛି।
ସେହିପରି ଗୁରୁବାର ଭୋର ସମୟରେ ସୋନପୁର ଜିଲା ବିନିକା ଅଞ୍ଚଳ ଦେଇ ଯାଇଥିବା ମୁଖ୍ୟ ରାସ୍ତାରେ ବାଇକ ଏକ ସିମେଣ୍ଟ ପିଲାରରେ ପିଟି ହୋଇଯିବାରୁ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

Comments are closed.