ଯାତ୍ରିବାହୀ ବସ ଦୁର୍ଘଟଣାଗ୍ରସ୍ତ ; ୫ ଆହତ ୨ ଗୁରୁତର

ବଲାଙ୍ଗିର: ବଲାଙ୍ଗିର ଜିଲା ପୁଇଁନ୍ତଳା ଥାନା ଅନ୍ତର୍ଗତ ରଣ୍ଡା ଛକ ଠାରେ ବୁଧବାର ବିଳମ୍ବିତ ରାତ୍ରିରେ ଏକ ବସ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି। ନବରଙ୍ଗପୁର ରୁ ଭୂବନେଶ୍ୱର ଅଭିମୁଖେ ଯାଉଥିବା କିଙ୍ଗଫିସର ବସ ରଣ୍ଡା ଠାରେ ଦୁର୍ଘଟଣାର ଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ପାଞ୍ଚଜଣ ଆହତ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଥିବା ଜଣାପଡିଛି।
ପ୍ରାପ୍ତ ସୂଚନା ଅନୁସାରେ ନବରଙ୍ଗପୁର ରୁ ଭୂବନେଶ୍ୱର ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ବସ କିଙ୍ଗଫିସର ନଂ(ଓଡି୦୨ ଡି ୮୭୧୦) ପୁଇଁନ୍ତଲା ଥାନା ଅନ୍ତର୍ଗତ ରଣ୍ଡା ଛକ ଠାରେ ରାସ୍ତା କୁ ଖସିପଡି ଦୁର୍ଘଟଣା ହୋଇଥିବା ଜଣାପଡିଛି। ବୁଧବାର ବିଳମ୍ବିତ ରାତ୍ରିରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଏଥିରେ ପାଞ୍ଚଜଣ ଆହତ ହୋଇଥିବା ସୂଚନା ମିଲିଛି। ଏହି ଦୁର୍ଘଟଣାରେ ସ୍ୱପ୍ନା ବେହେରା ଓ ପ୍ରମୋଦ ସ୍ୱାଈଁ ଗୁରୁତର ଆହତ ହୋଇ ବଲାଙ୍ଗିର ସନ୍ଥ ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ଭର୍ତ୍ତୀ କରାଯାଇଥିଲା। ଉକ୍ତ ବସରେ ୪୫ ଜଣ ଯାତ୍ରୀ ଥିବା ନେଇ ବସ କର୍ମଚାରୀ ସୂଚନା ଦେଇଥିବା ବେଳେ ଉକ୍ତ ବସରେ ପ୍ରାୟ ୭୦ ରୁ ୮୦ ଯାତ୍ରୀଥିବା ସୂଚନା ମିଲିଛି। ପ୍ରାୟ ୩୦ ଜଣ ଶ୍ରମିକ ନୟାଗଡକୁ କାମ କରିବାକୁ ଯାଉଥିବା ମଧ୍ୟ ସୂଚନା ମିଲିଛି। ପୁଇଁନ୍ତଲା ପୁଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଚଲାଇଥିବା ସୂଚନା ମିଲିଛି।

Comments are closed.