ଗଛକୁ ପିଟିଲା ବାଇକ-ଜଣେ ମୃତ

ଖଡିଆଳ : ନୂଆପଡା ଜିଲା ଖଡିଆଳ ବ୍ଲକର ଡୁଆଝର-ଭାଲୁଡୁଙ୍ଗରୀ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାରେ ଏକ ବାଇକ ଭାରସାମ୍ୟ ହରାଇ ଗଛରେ ପିଟି ହେବାରୁ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ସୂଚନା ମତେ ବୋଡେନ ବ୍ଲକର ଫରସରା ପଞ୍ଚାୟତର ସର୍ଗିଗୁଡା ଗ୍ରାମର ସୁବାଶ ହଂସ ଏବଂ ଇଶ୍ୱର ପଟେଲ କୌଣସି କାମରେ ଯାଉଥିବା ବେଳେ ଡୁଆଝର-ଭାଲୁଡୁଙ୍ଗରୀ ରାସ୍ତାରେ ଥିବା ଏକ ଗଛରେ ଭାରସାମ୍ୟ ହରାଇ ପିଟି ହୋଇଯାଇଥିଲେ। ଫଳରେ ଘଟଣାସ୍ଥଳରେ ସୁବାଶ ହଂସଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ଗୁରୁତର ଅବସ୍ଥାରେ ଇଶ୍ୱର ପଟେଲଙ୍କୁ ଖଡିଆଳ ଉପଖଣ୍ଡ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ସ୍ଥାନୀୟ ମିଶନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୋଲିସ ଶବକୁ ଜବତ କରି ଘଟଣାର ତଦନ୍ତ ଚଲାଉଥିବା ସୂଚନା ଦେଇଛି।

Comments are closed.