ଚାଷ ଜମିରେ ଓଲଟିଲା ଟ୍ରାକ୍ଟର, ଚାଳକ ମୃତ

କଲମପୁର : କଳାହାଣ୍ଡି ଜିଲା ଆମପାଣି ଥାନା ଅଧିନସ୍ଥ ଘଣ୍ଟିଗୁଡା ଠାରେ ଏକ ଚାଷ ଜମିରେ ଟ୍ରାକ୍ଟର ଯୋଗେ ଚାଷ କରୁଥିବା ବେଳେ ହଠାତ୍‍ ଏକ ହୁଡା ଉଠାଣିରେ ଟ୍ରାକ୍ଟରଟି ଓଲଟି ପଡିଥିଲା । ସେହି ଟ୍ରାକ୍ଟର ତଳେ ଚାଳକ ଚାପି ହେଇ ଘଟଣାସ୍ଥଳରେ ଚାଳକର ମୃତ୍ୟୁ ଘଟିଛି।
ପ୍ରାପ୍ତ ସୂଚନା ଅନୁସାରେ ଡୁଡୁକାଠେଙ୍ଗା ଗ୍ରାମ ପଂଚାୟତ ଅନ୍ତର୍ଗତ ଦର୍ଲିପଡାର ଜଗବନ୍ଧୁ ଧଙ୍ଗଡାମାଝିଙ୍କ ପୁଅ ମସ୍ତରାମ (୪୦) ଘଣ୍ଟିଗୁଡାର ଜନୈକ ବ୍ୟକ୍ତିଙ୍କ ଚାଷ ଜମିକୁ ଯାଇ ଶନିବାର ମଧ୍ୟାହ୍ନରେ ଚାଷ କାମ କରୁଥିବା ବେଳେ ଏହି ଅଘଟଣ ଘଟିଛି । ମୃତକ ମସ୍ତରାମ ହିଁ ଖୋଦ ଟ୍ରାକ୍ଟର ମାଲିକ ଅଟନ୍ତି । ଡ୍ରାଇଭର  ଖାଇବା ପାଇଁ ଯାଇଥିବା ବେଳେ ମସ୍ତରାମ ଟ୍ରାକ୍ଟର ଚଳାଇ ଜମି ହଳ କରୁଥିଲେ । ମୃତକ ମସ୍ତରାମ ବାପା-ମାଆଙ୍କର ଏକମାତ୍ର ସନ୍ତାନ ହେଇଥିବା ବେଳେ ତାଙ୍କର ଦୁଇ ପୁଅ ଓ ବିଧବା ପତ୍ନୀ ଘରର ରୋଜଗାରୀଆ ବ୍ୟକ୍ତିଙ୍କୁ ହରାଇ ଅସହାୟ ହେଇ ପଡିଛନ୍ତି । ଏନେଇ ଆମପାଣି ଥାନାରେ ସୂଚନା ଦେବା ପରେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଦୁର୍ଘଟଣା ଜନିତ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛନ୍ତି ।

Comments are closed.