ଟ୍ରାକ୍ଟର ଧକ୍କାରେ ନାବାଳକ ମୃତ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ଦାମାହୁଦା ପଞ୍ଚାୟତ ବେଲସରେଇ ଗ୍ରାମର ଅଭାବନୀୟ ଘଟଣା ଘଟିଛି । ଟ୍ରାକ୍ଟର ଧକ୍କାରେ ଜଣେ ନାବାଳକ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଶୁକ୍ରବାର ମଧ୍ୟାହ୍ନରେ ସେହି ଗ୍ରାମର ସୁରେନ ମୁଣ୍ଡାଙ୍କ ଆଠବର୍ଷର ପୁଅ ସାଗର ମୁଣ୍ଡାଙ୍କୁ ଏକ ଟ୍ରକ୍ଟର ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାର ମୃତ୍ୟୁ ଘଟିଛି । ଏହାକୁ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ବେଳେ ଚାପା ଉତ୍ତେଜନା ଲାଗି ରହିଛି ।

Comments are closed.