ବସ ଓଲଟି ୨୦ ଯାତ୍ରୀ ଗୁରୁତର

କଳାହାଣ୍ଡି : କଳାହାଣ୍ଡି ଜିଲା ରାଜାମୁଣ୍ଡାଠାରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଏକ ବସ ଦୁର୍ଘଟଣାଗ୍ରସ୍ତ ହେବାରୁ ୨୦ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଗୁରୁତରମାନଙ୍କୁ ଜୟପାଟଣା ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ସୂଚନା ଯୋଗ୍ୟ, ଆଜି ସକାଳ ସମୟରେ ଏକ ବସ ଶାସ୍ତୁଗୁଡ଼ାରୁ କେସିଙ୍ଗା ଅଭିମୁଖେ ଯାଉଥିବା ସମୟରେ ରାଜମୁଣ୍ଡା ଠାରେ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ଫଳରେ ଏଥିରେ ଥିବା ଯାତ୍ରୀମାନେ ଆହତ ହୋଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବସକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।

Comments are closed.