ସ୍ୱାସ୍ଥ୍ୟ ବିଭାଗର ଔଷଧ ବୋଝେଇ ଭ୍ୟାନ ଦୁର୍ଘଟଣାଗ୍ରସ୍ତ; ୩ ଗୁରୁତର

ନିରାକାରପୁର :  ୧୬ ନମ୍ବର ଜାତୀୟ ରାଜପଥର ରାମେଶ୍ୱର -ବଡ଼ପୋଖରିଆ ଛକ ମଧ୍ୟବର୍ତ୍ତୀ ସୁନେଇ ରୁପେଇ ମନ୍ଦିର ନିକଟରେ ଗୁରୁବାର ସନ୍ଧ୍ୟା ପ୍ରାୟ ୬ଟା ବେଳେ ସ୍ୱାସ୍ଥ୍ୟ ବିଭାଗର ଏକ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି l ଏଥିରେ ୩ ଜଣ ଗୁରୁତର ହୋଇଛନ୍ତି l ଗୁରୁତରଙ୍କୁ ପ୍ରଥମେ ଖୋର୍ଦ୍ଧା ଜିଲା ଚିକିତ୍ସାଳୟ ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି l ସୂଚନା ଅନୁସାରେ ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ସମିତିର ଏକ ଭ୍ୟାନ  ଔଷଧ ବୋଝେଇ କରି  ଭୁବନେଶ୍ୱରରୁ ଗଞ୍ଜାମ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଗୁରୁତରଙ୍କ ପରିଚୟ ମିଳିନାହିଁ। ନିୟନ୍ତ୍ରଣ ହରାଇ ଗାଡିଟି ଦୁର୍ଘଟଣାଗ୍ରସ୍ତ ହୋଇଛି l ନିରାକାରପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି l

Comments are closed.