ସଡକ ଦୁର୍ଘଟଣାରେ ଯୁବକ ମୃତ

ଜୟପୁର : କୋରାପୁଟ ଜିଲାର ପାରାବେଢା ଛକ ନିକଟରେ ମଙ୍ଗଳବାର ସକାଳେ ସଡକ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ଯୁବକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି। ଯୁବକ ଜଣକ ଜୟପୁରର ପାରାବେଢା ଛକ ନିକଟକୁ ଯାଉଥିବା ବେଳେ ଏକ କ୍ରେନ ପଛ ପଟୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଯୁବକଙ୍କର ମୃତ୍ୟୁ ହୋଇଯାଇଛି। ମୃତ ଯୁବକଙ୍କ ପରିଚୟ ମିଳି ନାହିଁ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା କ୍ରେନକୁ ଅଟକ ରଖିବା ସହ ତଦନ୍ତ ଆରମ୍ଭ କରିଛି।

Comments are closed.