ଟ୍ରକକୁ ପଛରୁ ପିଟିଲା ଆମ୍ବୁଲାନ୍ସ, ୪ ଗୁରୁତର

ସୋର : ବାଲେଶ୍ବର ଜିଲା ସୋର ଥାନା ଅନ୍ତର୍ଗତ ୧୬ନମ୍ବର ଜାତୀୟ ରାଜପଥର ବରଫକଳ ଛକରେ ସୋମବାର ରାତି ଦୁଇଟା ଏକ ସଡକ ଦୁର୍ଘଟଣା ଘଟିଛି। ରୋଗୀ ନେଇ ଯାଉଥିବା ଆମ୍ବୁଲାନ୍ସ ଏକ ପଥର ବୋଝେଇ ଟ୍ରକକୁ ପଛ ପଟୁ ପିଟି ଦେଇଛି। ଏଥିରେ ରୋଗୀଙ୍କ ସମେତ ଚାରି ଜଣ ଗୁରୁତର ହୋଇଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତରମାନଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାରେ ଭର୍ତ୍ତି କରିଛି। ପରେ ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ବାଲେଶ୍ବର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ସୂଚନାଯୋଗ୍ୟ ଯେ, ଦୁର୍ଘଟଣା ଘଟାଇଥିବା ଆମ୍ବୁଲାନ୍ସଟି ଏକ ଘରୋଇ ହସ୍ପିଟାଲରୁ ରୋଗୀଙ୍କୁ ନେଇ ପଶ୍ଚିମବଙ୍ଗର ପୂର୍ବ ମେଦିନପୁର ଯାଉଥିଲା। ସେହି ସମୟରେ ରାସ୍ତାରେ ଦୁର୍ଘଟଣାର ଶିକାର ହୋଇଛି।

Comments are closed.