ପୋଲ ତଳକୁ ଖସିଲା କାର୍, ଚାଳକ ମୃତ

ମୋହନା : ମୋହନା ଠାରେ ୨୦ ଫୁଟ ପୋଲ ତଳକୁ ଏକ କାର ଖସିଯାଇଛି। ଏହା ଫଳରେ କାର ଚାଳକଙ୍କର ମୃତ୍ୟୁ ହୋଇଛି। କାରଟି ମୋହନା ଅନ୍ତର୍ଗତ ଅଡବା ଡମଦୁଆ ଗ୍ରାମର ନାଡିଙ୍ଗି ପୋଲରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ତଳକୁ ଖସିପଡିଥିଲା। ଘଟଣାସ୍ଥଳରେ ହିଁ ଚାଳକଙ୍କ ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ଜଣକ ବ୍ରହ୍ମପୁର ଅଞ୍ଚଳର ବୋଲି ଜଣାପଡିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି। କାରଟିକୁ  ମଧ୍ୟ ଉଦ୍ଧାର କରିଛି।

 

 

Comments are closed.