ସଡକ ଦୁର୍ଘଟଣାରେ ଗୋଟିଏ ପରିବାରର ୫ମୃତ

ଭବାନୀପାଟଣା : କଳାହାଣ୍ଡି ଜିଲା ଜାରିଙ୍ଗ ଜଙ୍ଗଲ ନିକଟରେ ବୁଧବାର ଭୋର ସମୟରେ ସଡକ ଦୁର୍ଘଟଣା ହୋଇଛି। ଦୁର୍ଘଟଣାରେ ଗୋଟିଏ ପରିବାରର ୫ଜଣଙ୍କ ମୃତ୍ୟୁ ହୋଇଯାଇଛି। ଜୁନାଗଡ ବ୍ଲକର ଖୁରୁସେଲଗୁଡା ଗ୍ରାମର ଗୋଟିଏ ପରିବାର ବୁଧବାର ଭୋର ସମୟରେ ଏକ କାର ଯୋଗେ ବିଶାଖାପାଟଣାରୁ କେସିଙ୍ଗାକୁ ଫେରୁଥିଲେ। ସେମାନଙ୍କ କାର ସହ ଏକ ଟ୍ରକର ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ କାରରେ ଥିବା ୫ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି। ଏହାସହ ଜଣେ ମହିଳା ଗୁରୁତର ହୋଇଛନ୍ତି। ମୃତକଙ୍କ ମଧ୍ୟରେ ତିନି ଜଣ ପୁରୁଷ ଥିବା ବେଳେ ଦୁଇ ଜଣ ଶିଶୁ ଥିବାର ଜଣାପଡିଛି। ଗୁରୁତର ମହିଳାଙ୍କୁ ଭବାନୀପାଟଣାରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି।

Comments are closed.