ପୃଥକ ସଡ଼କ ଦୁର୍ଘଟଣାରେ ୩ ମୃତ ଜଣେ ଆହତ

ଖୋର୍ଦ୍ଧା / ବୌଦ୍ଧ : ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ରାମେଶ୍ୱର ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ଗୁରୁତର ବ୍ୟକ୍ତିଙ୍କୁ ସ୍ଥାନୀୟ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ବାଇକକୁ ଏକ ଅଜଣାଗାଡ଼ି ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି।
ସେହିପରି ବୌଦ୍ଧ ମଧୁପୁର ଛକରେ ଏକ ବାଇକକୁ ମିନିଟ୍ରକ ଧକ୍କା ଦେବା ଫଳରେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ଘର ଅନୁଗୁଳ କୁମ୍ଭ୍ରା ଗାଁରେ ବୋଲି ଜଣାପଡ଼ିଛି।

Comments are closed.