ଭାରସାମ୍ୟ ହରାଇ ଗଛରେ ପିଟି ହେଲା ଭ୍ୟାନ, ୭ ଆହତ

ଜଗତସିଂହପୁର : କଟକ-ପାରାଦୀପ ରାସ୍ତାରେ ଏକ ଭ୍ୟାନ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯାଇଛି। ଏହି ଦୁର୍ଘଟଣାରେ ୭ଜଣ ଆହତ ହୋଇଥିବା ଜଣାପଡିଛି। ଆହତମାନଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ଚିକିତ୍ସା ନିମେନ୍ତ ଜଗତସିଂହପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଆହତଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଯାଇଥିବା ଜଣାପଡିଛି। ସମସ୍ତ ଆହତମାନେ ଜଗତସିଂହପୁର ଜିଲା ଗୋପାଳସାଗର ଗ୍ରାମର ବୋଲି ଜଣାପଡିଛି।

ସୂଚନାଯୋଗ୍ୟ ଯେ, ଶୁକ୍ରବାର ବିଳମ୍ବିତ ରାତିରେ କେନ୍ଦ୍ରାପଡାର ଅସୁରେଶ୍ବରରୁ କିଛି ଯାତ୍ରୀ ଭ୍ୟାନରେ ମେଲଣ ଦେଖି ଫେରୁଥିଲେ। କଟକ-ପାରାଦୀପ ରାସ୍ତାରେ ଭ୍ୟାନଟି ଭାରସାମ୍ୟ ହରାଇ ରାସ୍ତା କଡରେ ଏକ ଗଛରେ ପିଟି ହୋଇଯାଇଥିଲା।

Comments are closed.