ସଡକ ଦୁର୍ଘଟଣାରେ ୩ ମୃତ

ଅନୁଗୁଳ : ଅନୁଗୁଳ ସହର କାଲଟାକ୍ସ ଛକ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତକମାନେ ହେଲେ ତୁରଙ୍ଗ ଗ୍ରାମର ଦୀପକ ନାଏକ, କାଳିଆ ନାଏକ ଓ ଦିଲ୍ଲୀପ ନାଏକ।
ସୂଚନାଯୋଗ୍ୟ ଯେ, ବୁଧବାର ବିଳମ୍ବିତ ରାତିରେ ତିନି ଜଣ ଦଣ୍ଡ ନାଚ ଦେଖି ଏକ ସ୍କୁଟିରେ ତୁରଙ୍ଗ ଗ୍ରାମକୁ ଫେରୁଥିଲେ। ସେହି ସମୟରେ କାଲଟାକ୍ସ ଛକ ନିକଟରେ ଏକ ଟ୍ରକ ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇ ଯାଇଥିବା ବେଳେ ଜଣେ ଗୁରୁତର ହୋଇଥିଲେ। ଗୁରୁତରଙ୍କୁ ଉଦ୍ଧାର କରି କଟକକୁ ନେଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

Comments are closed.