ଟ୍ରକ ଧକ୍କାରେ ସ୍ବାମୀ ମୃତ, ସ୍ତ୍ରୀ ଗୁରୁତର

0

ବାଂଶପାଳ : ବାଂଶପାଳ ବ୍ଲକ କାଞ୍ଜିପାଣି ନିକଟରେ ଏକ ସଡକ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ବାଇକ ଆରୋହୀଙ୍କ ଉପ​‌ରେ ଟ୍ରକ ଧକ୍କା ଦେଇଛି। ଘଟଣାସ୍ଥଳରେ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଥିବା ବେଳେ ତାଙ୍କ ପତ୍ନୀ ଗୁରୁତର ହୋଇଛନ୍ତି। ମୃତକ ହେଉଛନ୍ତି ତେଲକୋଇ ବ୍ଲକ କରଦାଙ୍ଗୀ ଗ୍ରାମର ରଣଜିତ ମହାରଣା। ଗୁରୁତରଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କାଞ୍ଜିପାଣି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।

ସୂଚନାଯୋଗ୍ୟ ଯେ, ରଣଜିତ ମଙ୍ଗଳବାର ସକା​‌ଳେ ତାଙ୍କ ସ୍ତ୍ରୀଙ୍କୁ ନେଇ ମେଡିକାଲ ଯାଉଥିଲେ। ସେହି ସମୟରେ କାଞ୍ଜିପାଣି ଥାନା ନିକଟରେ ଏକ ଟ୍ରକ ସେମାନଙ୍କୁ ପଛ ପଟୁ ଧକ୍କା ଦେଇଥିଲା। ଫଳରେ ରଣଜିତ ତଳେ ପଡିଯିବାରୁ ତାଙ୍କ ଉପରେ ବାଇକଟି ପଡି ଯାଇଥିଲା। ଘଟଣାସ୍ଥଳରେ ହିଁ ରଣଜିତଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ତାଙ୍କ ପତ୍ନୀ ଗୁରୁତର ହୋଇଥିଲେ।

Leave A Reply