ଅଜଣା ଗାଡି ଧକ୍କାରେ ଯୁବକ ମୃତ

0

ବଡ଼ସାହି : ମୟୁରଭଞ୍ଜ ଜିଲା ବଡ଼ସାହି ଥାନା ଅଧୀନ ବାରିପଦା-ଉଦଳା ରାସ୍ତାର ବାଲିଯୋଡା ଠାରେ ଏକ ଅଜଣା ଗାଡି ଧକ୍କାରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି । ଯୁବକ ଜଣଙ୍କ ହେଲେ ତାଳନ୍ଦ ଗ୍ରାମର ସତ୍ୟବାନ ନାଏକ ।  ସତ୍ୟବାନ ୫ଦିନ ପୂର୍ବେ ଘରୁ କାମ କରିବାକୁ ଶୁଳିଆପଦା ଅଞ୍ଚଳକୁ ଯାଇଥିଲେ। ମଙ୍ଗଳବାର ବିଳମ୍ବିତ ରାତିରେ ସେ ଘରକୁ ଫେରୁଥିବା ବେଳେ ବାଲିଯୋଡା ଠାରେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ବୁଧବାର ସକାଳେ ସ୍ଥାନୀୟ ଲୋକେ ତାଙ୍କ ମୃତଦେହ ରାସ୍ତା ଉପରେ ଦେଖିବାକୁ ପାଇଥିଲେ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଯାଇଛି । ଖବରପାଇ ବଡ଼ସାହି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ସ୍ବାଭାବିକ ହୋଇଛି । ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Leave A Reply