ପୋଲ ତଳକୁ ଓଲଟିଲା ବସ୍, ୨ ମୃତ ଓ ୨୬ ଆହତ

0

ଭବାନୀପାଟଣା: ୨୬ ନମ୍ବର ଜାତୀୟ ରାଜପଥ ନିକଟରେ ଥିବା ଲାଲପୋଲିଆ ପୋଲରୁ ଏକ ଯାତ୍ରୀବାହୀ ବସ ଓଲଟି ପଡିଛି । ଫଳରେ ଦୁର୍ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୬ ଜଣ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ପୁଲିସ ଓ ଉଦ୍ଧାରକାରୀ ଦଳ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ସୂଚନାଯୋଗ୍ୟ, ଶୁକ୍ରବାର ସକାଳ ପ୍ରାୟ ସାଢ଼େ ୫ଟା ବେଳେ ମାଣିକେଶ୍ୱରୀ ନାମକ ଏକ ଯାତ୍ରବାହୀ ଘରୋଇ ବସ ଭୁବନେଶ୍ୱରରୁ ଭବାନୀପାଟଣା ଯାଉଥିଲା । ଏକ ଟ୍ରକକୁ ସାଇଡ ଦେବାକୁ ଯାଇ ବସଟି ଭାରସାମ୍ୟ ହରାଇ ଲାଲପୋଲିଆ ପୋଲରୁ ପ୍ରାୟ ୩୦ ଫୁଟ ତଳକୁ ଖସି ପଡିଥିଲା । ଖବର ପାଇ ତୁରନ୍ତ ଅଗ୍ନିଶମ ସେବା କେନ୍ଦ୍ରର କର୍ମଚାରୀ  ଓ ପୁଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଦୁର୍ଘଟଣାଗ୍ରସ୍ତ ବସ୍ ତଳୁ ଜଣେ ୨ ବର୍ଷର ଶିଶୁ ଓ ବସ କଣ୍ଡକ୍ଟରଙ୍କର ମୃତଦେହ ଉଦ୍ଧାର ହୋଇଛି । ଏହା ସହ ଘଟଣାସ୍ଥଳରୁ ୨୬ ଜଣ ଆହତଙ୍କୁ ଉଦ୍ଧାର କରାଯାଇଛି । ଆହତଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ୪ଜଣଙ୍କୁ କଟକ ଓ ୩ ଜଣଙ୍କୁ ବୁର୍ଲା ସ୍ଥାନାନ୍ତରିତ କରାଯାଇଛି । ଅନ୍ୟ ଆହତଙ୍କୁ ନିକଟସ୍ଥ ମେହିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ସେମାନଙ୍କ ମଧ୍ୟରୁ ୧୧ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ସୂଚନା ମିଳିଛି ।

 

Leave A Reply