ଘର ଭିତରେ ହାଇୱା, ୨ ଗୁରୁତର

0

କଟକ : କଟକ ଜିଲା ନିଶ୍ଚିତକୋଇଲି ପି.ପି କଲେଜ ଛକରେ ହାଇୱା ଭାରସାମ୍ୟ ହରାଇ ଏକ ଘର ଭିତରକୁ ପଶିଯାଇଥିବା ଜଣାପଡ଼ିଛି। ହାଇୱା ଧକ୍କାରେ ଘରର କାନ୍ଥ ଭାଙ୍ଗି ଯାଇଛି। ସୂଚନା ଅନୁଯାୟୀ, ଏହି ଦୁର୍ଘଟଣାରେ ଡ଼୍ରାଇଭର ଓ ହେଲପର ଗୁରୁତର ଆହତ ହୋଇଛନ୍ତି। ଉଭୟଙ୍କୁ ନିଶ୍ଚିତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣାରେ ଭାଙ୍ଗି ଯାଇଥିବା ଘରେ ପରିବାରର ୫ ଜଣ ସଦସ୍ୟ ଶୋଇଥିଲେ। ସେମାନଙ୍କର କୌଣସି କ୍ଷତି ହୋଇନଥିବା ଜଣାପଡ଼ିଛି।

Leave A Reply