ସଡ଼କ ଦୁର୍ଘଟଣାରେ ୩ ମୃତ ୨ ଗୁରୁତର

0

ଭଦ୍ରକ : ଭଦ୍ରକର ୨ଟି ପୃଥକ ଜାଗାରେ ସଡ଼କ ଦୁର୍ଘଟଣା ଘଟିଛି। ଭଦ୍ରକ ଜିଲା ତିହିଡ଼ି ଥାନା ଅଞ୍ଚଳରେ ରାସ୍ତାରେ ଠିଆ ହୋଇଥିବା ଏକ ଟ୍ରକକୁ ସ୍କର୍ପିଓ ଧକ୍କା ଦେବାରୁ ଦୁର୍ଘଟଣା ଘଟିଛି। ଏଥିରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ମୃତକ ହେଲେ ଦିଲ୍ଲୀପ ରାଉତ, ଏସ.କେ ପୁହାଣ ଓ ଗୁରୁତର ହେଲେ ବିଚିତ୍ର ପାଢୀ। ବିଚିତ୍ର ଇଣ୍ଡିଆନ ଅଏଲର ସୁରକ୍ଷା କର୍ମଚାରୀ ବୋଲି ସୂଚନା ମିଳିଛି। ସେମାନେ ଚାନ୍ଦବାଲିରୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।
ସେହିପରି ଭଦ୍ରକର ଜାତୀୟ ରାଜପଥ ରାଣୀତାଲ ନିକଟରେ ଗୁରୁବାର ବିଳମ୍ବିତ ରାତିରେ ଦୁଇ ଟ୍ରକ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଡ଼୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ହେଲପର ଆହତ ହୋଇଛନ୍ତି। ଆହତ ହେଲପର ଆସାମ ଅଞ୍ଚଳର ବୋଲି ଜଣାପଡ଼ିଛି। ମୃତ ଡ଼୍ରାଇଭରଙ୍କ ପରିଚୟ ମିଳିନାହିଁ।

Leave A Reply