ସଡ଼କ ଦୁର୍ଘଟଣାରେ ଜଣେ ମୃତ

0

ବୌଦ୍ଧ : ବୌଦ୍ଧ ଜିଲା ମନମୁଣ୍ଡା – କଣ୍ଟାମାଲ ରାସ୍ତାର ବଡ଼କୁସଙ୍ଗ ଛକ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି। ଏକ କାରଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା। ମୃତ ଯୁବକ ଜଣକ ଜଣେ ଏଲଆଇସି ଏଜେଣ୍ଟ ଭାବେ କାମ କରୁଥିଲେ। ବୁଧବାର ବିଳମ୍ବିତ ରାତିରେ ସେ ନିଜ କାରରେ ଘରକୁ ଫେରିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ କରୁଛି।

Leave A Reply