ଘର ଉପରକୁ ମାଡି ଗଲା ଟ୍ରକ : ଗୋଟିଏ ପରିବାରର ୩ ମୃତ

କୋରାପୁଟ : କୋରାପୁଟ ଜିଲ୍ଲା ସୁନାବେଡା ଥାନା ଅନ୍ତର୍ଗତ ଭେଜାପୁଟ ଗାଁରେ ବାଲି ବୋଝେଇ ଟ୍ରକ ଘର ଉପରେ ମାଡି ଯିବାରୁ ଗୋଟିଏ ପରିବାରର ୩ଜଣଙ୍କର ମୃତ୍ୟୁ ଘଟିଛି । ରାତିରେ ​ଶୋଇଥିବା ବେଳେ ଏହି ବାଲି ବୋଝେଇ ଟ୍ରକ ଘର ଉପରକୁ ମାଡି ଯାହାଥିଲା । ଫଳରେ ଏହି ଅଭାବନୀୟ ଘଟଣା ଘଟିଛି । ଯାହାକୁ ନେଇ ଗାଁରେ ଉତ୍ତେଜନା ଦେଖାଦେଇଛି । ଗ୍ରାମବାସୀ ରାସ୍ତାରୋକ କରିଛନ୍ତି । ସେହି ରାସ୍ତା ଦେଇ ଗାଡି ଚଳାଚଳ ପ୍ରଭାବିତ ହୋଇଛି ।

Comments are closed.