ଅଜଣା ଟ୍ରାକ୍ଟର ଧକ୍କାରେ ୩ ଯୁବକ ଗୁରୁତର 

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ପାଟଣା ବଜାର ନିକଟରେ ଶନିବାର ବିଳମ୍ବିତ ସଂଧ୍ୟାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏକ ଅଜଣା ଟ୍ରାକ୍ଟର ସହିତ ଏକ ବାଇକ୍ ର ମୁହାଁ ମୁହିଁ ଧକ୍କା ହେବାରୁ ତିନିଜଣ ଯୁବକ ଗୁରୁତର ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ ପାଟଣା ଥାନା ବେଗନା ଗ୍ରାମର ତିନିଜଣ ଯୁବକ ରାଜା ସେଠୀ( ୧୮), ଅଭୟ ସେଠୀ (୧୮) ଓ ସୁଜ୍ଞାନ୍ତ ସେଠୀ (୧୮) ପାଟଣା ବଜାରରୁ ନିଜ ଗ୍ରାମ ବେଗନାକୁ ଯାଉଥିବା ବେଳେ ସମ୍ମୁଖରୁ ଆସୁଥିବା ଏକ ଅଜଣା ଟ୍ରାକ୍ଟର ସହ ଧକ୍କା ହେବାରୁ ତିନିଜଣ ଯାକ ଗୁରୁତର ହୋଇଥିଲେ । ଦୁର୍ଘଟଣା ଘଟାଇ ଟ୍ରାକ୍ଟରଟି ଫେରାର ହୋଇଯାଇଥିବା ବେଳେ ସେମାନଙ୍କୁ ଗୁରୁତର ଅବସ୍ଥାରେ ପାଟଣା ଥାନା ଅଧିକାରୀ ରାଜେନ୍ଦ୍ର ସ୍ବାଇଁ ସ୍ଥାନୀୟ ଲୋକଙ୍କ ସହାୟତାରେ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ତିନିଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ସେମାନଙ୍କ ଅବସ୍ଥା ବିପଦ ମୁକ୍ତ ଥିବା ଜଣାପଡିଛି ।

Comments are closed.