ଦୁର୍ଘଟଣାରେ ୩ ଗୁରୁତର

ବାଳକାଟୀ : ଭୁବନେଶ୍ୱର -ପୁରୀ ବାଇପାସ ଟଙ୍କପାଣି ସାଇ ମନ୍ଦିର ନିକଟରେ ଏକା ସଡ଼କ ଦୁର୍ଘଟଣାରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ ନିମାପଡା ଥାନା ଅଂଚଳର ସୌରଭ ନାୟକ, ଭୁବନେଶ୍ୱର ସତ୍ୟନଗର ଅଂଚଳର ରିଙ୍କୁ ସାମନ୍ତରାୟ ଓ ରବି ପାଢ଼ୀ ।  ସ୍ଥାନୀୟ ଲୋକେ ଗୁରୁତର ଆହତଙ୍କୁ ରୋଗୀବୁହା ଯାନ ଯୋଗେ ରାଜଧାନୀ ଚିକିତ୍ସାଳୟରେ ଭର୍ତି କରିଛନ୍ତି। ଖବର ନେବାରେ ଜଣାପଡିଛି ସୌରଭ ନିଜ ମୋଟର ସାଇକଲ ଯୋଗେ ଉତ୍ତରାରୁ ରସୁଲଗଡ ଯାଉଥିବା ବେଳେ  ଅନ୍ୟ ଏକ ମୋଟର ସାଇକଲରେ ଆସୁଥିବା ରିଙ୍କୁ ଓ ରବି ପଛପଟୁ ଧକ୍କା ଦେଇଥିଲେ। ଫଳରେ ୩ ଜଣ ରାସ୍ତାରେ ଛିଟିକି ପଡ଼ିଥିଲେ।

Comments are closed.