ଜଣକୁ ବଞ୍ଚାଇବାକୁ ନେଉଥିଲେ; ଦୁୁର୍ଘଟଣାରେ ଚାଲିଗଲା ୩ ଜଣଙ୍କ ଜୀବନ

ଲହୁଣୀପଡା:ଲହୁଣୀପଡା ଥାନା ଅନ୍ତର୍ଗତ ୨୧୫ ନମ୍ବର ଜାତୀୟ ରାଜପଥର ଶୁଖାବନ୍ଧ ଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଶନିବାର ଦିନ ବିଳମ୍ବିତ ରାତିରେ ଘଟି ଦୁଇ ଜଣ ପ୍ରାଣ ହରାଇଥିବା ବେଳେ ଅନ୍ୟ ଜଣେ ଡାକ୍ତରଖାନାରେ ପ୍ରାଣ ହରାଇଛନ୍ତି । ସମସ୍ତ ମୃତକ ଗୋଟିଏ ପରିବାରର ବୋଲି ସୂଚନା ମିଳିଛି ।

ଲମସି ଗ୍ରାମର ବିଶ୍ୱଜିତ ପାତ୍ର କୌଣସି କାରଣ ଯୋଗୁଁ ବିଷ ଖାଇ ଦେଇଥିଲେ। ତାଙ୍କୁ ଲହୁଣୀପଡା ଡାକ୍ତରଖାନାକୁ ଏକ ମରୁତିଭ୍ୟାନ ରେ ଅଣାଯାଉଥିବା ବେଳେ ଏକ ଅଜଣା ଗାଡି ମୁହାଁମୁହିଁ ଧକ୍କା ଦେଇ ଫେରାର ହୋଇଯାଇଥିଲା।ଖବର ପାଇ ଲହୁଣୀପଡା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ  ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ।

Comments are closed.