ଅଟୋରିକ୍ସାକୁ ପିଟିଲା ଟ୍ରକ୍: ଚାଲିଗଲା ୩ ଜୀବନ

ବରଗଡ଼: ଶନିବାର ଦୀପାବଳି ରାତି ପ୍ରାୟ ସାଢ଼େ ୯ଟା ସମୟରେ ୨୦୧ ନମ୍ବର ଜାତୀୟ ରାଜପଥ ସରାସରା ଛକ ନିକଟରେ ଟ୍ରକ୍‌-ଅଟୋ ସଂଘର୍ଷ ଘଟି ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ସେମାନେ ବଲାଙ୍ଗିରରୁ ବରଗଡ଼ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ବର୍ତ୍ତମାନ ସୁଦ୍ଧା ମୃତକମାନଙ୍କ ପରିଚୟ ମିଳି ନଥିବାରୁ ମୃତଦେହ ଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠା ନ ଯାଇ ଶବଗୃହରେ ସଂରକ୍ଷିତ ରଖାଯାଇଥିବା ଜଣାଯାଇଛି। ଅନ୍ୟପକ୍ଷରେ ଅଟୋଚାଳକଙ୍କ ପରିଚୟ ମିଳିଛି। ସେ ଜଗୁ ଓରଫ ଜଗନ୍ନାଥ ବାଗ୍‌, ତାଙ୍କ ଘର ବଲାଙ୍ଗିର ବୋଲି ଜଣାପଡ଼ିଛି। ପବିତ୍ର ଦୀପାବଳି ରାତିରେ ଏପରି ଏକ ଦୁଃଖଦ ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି।

Comments are closed.