ସଡକ ଦୁର୍ଘଟଣାରେ ଜଣେ ମୃତ

0

ଜଗତସିଂହପୁର : ଜଗତସିଂହପୁର-ଜୟପୁର ରାସ୍ତାରେ ଏକ ସଡକ ଦୁର୍ଘଟଣା ଘଟିଛି। ଏଥିରେ ଏକ କାର ଭାରସାମ୍ୟ ହରାଇ ରାସ୍ତାକଡ ଗଛରେ ପିଟି ହୋଇଯାଇଛି। ଘଟଣାସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଯାଇଛି। ଡ୍ରାଇଭର ଜଣକ ତିର୍ତ୍ତୋଲ ଥାନା ଅନ୍ତର୍ଗତ ହଜିନଗରରେ ବୋଲି ଜଣାପଡିଛି। ସେ ତାଙ୍କ ମାମୁଁ ଘର ରାହାଡିଙ୍ଗାରେ ରହୁଥିଲେ। ସେ ବୁଧବାର ବିଳମ୍ବିତ ରାତିରେ କିଛି ଯାତ୍ରୀଙ୍କୁ ଛାଡି ସଂଅରାରୁ ଫେରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ କରୁଛି। କାରଟି ଦୃତ ଗତିରେ ଆସୁଥିବାରୁ ଏହି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି।

Leave A Reply