ବସ ଦୁର୍ଘଟଣାରେ ଜଣେ ଆହତ

0

କେନ୍ଦ୍ରାପଡା : ରାଜନଗର ଅଞ୍ଚଳରେ ଏକ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସଟି ଗୁରୁବାର ସକାଳେ ରାଜନଗରରୁ ପୁରୀ ଯାଉଥିବା ବେଳେ ଗୋପାଳପୁର ଛକରେ କୁହୁଡି ଯୋଗୁଁ ରାସ୍ତା କଡକୁ ଖସି ପଡିଥିଲା। ଏଥିରେ ଜଣେ ବ୍ୟକ୍ତି ଆହତ ହୋଇଥିବା ଜଣାପଡିଛି। ବସଟିରେ ୫୦ରୁ ଉର୍ଦ୍ଧ୍ବ ଯାତ୍ରୀ ଯାଉଥିବାର ଜଣାପଡିଛି। ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବସଟି ଏକ ବଡ ଧରଣର ଦୁର୍ଘଟଣାରୁ ବର୍ତ୍ତି ଯାଇଛି। ଆହତଙ୍କୁ ଉଦ୍ଧାର କରାଯାଇ ରାଜନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘନ କୁହୁଡି ଯୋଗୁଁ ଏପରି ଦୁର୍ଘଟଣା ବାରମ୍ବାର ଘଟୁଥିବା ଜଣାପଡିଛି।

Leave A Reply