ବସ ଓଲଟିବା ଘଟଣା; ଆରଟିଓଙ୍କ ତଦନ୍ତ ନିର୍ଦ୍ଦେଶ

0

କଟକ : କଜଳକଣା ନିକଟରେ ଏକ ଘରୋଇ ବସ ଓଲଟିବା ଘଟଣାର ତଦନ୍ତ ପାଇଁ କଟକ ଆରଟିଓ ନିର୍ଦ୍ଦେଶ ଦେଇଛନ୍ତି। ଏମଭିଆଇ, ପୁଲିସ ଅଧିକାରୀ ଏବଂ ଯନ୍ତ୍ରୀଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନା ଅନୁଯାୟୀ, ସୋମବାର ଦିନ କଟକ ନିକଟରେ ଥିବା ଚୌଦ୍ୱାର କଜଳକଣା ନିକଟରେ ଏହି ଯାତ୍ରୀବାହୀ ବସଟି ଓଲଟି ପଡ଼ିଥିଲା। ଏଥିରେ ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଆହତ ହୋଇଥିଲେ।  ଆହତଙ୍କୁ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଯୋଗୁ ବସଟି ନିୟନ୍ତ୍ରଣ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ବୋଲି ଜଣାପଡ଼ିଥିଲା।

Leave A Reply