ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ, ୩ଗୁରୁତର

0

ନୟାଗଡ : ଦଶପଲ୍ଲା ଡ୍ୟାମ ଛକ ନିକଟରେ ଏକ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଗାଡିର ଡ୍ରାଇଭରଙ୍କ ସମେତ ୩ଜଣ ଗୁରୁତର ହୋଇଥିବାର ସୂଚନା ମିଳିଛି। ଗୁରୁତରଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ଦଶପଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ସେମାନଙ୍କୁ ନୟାଗଡ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସୂଚନାଯୋଗ୍ୟ ଯେ, ସୋମବାର ଭୋର ସମୟରେ ଆମ୍ବୁଲାନ୍ସଟି ରୋଗୀଙ୍କୁ ଆଣିବାକୁ ଯାଉଥିଲା। ସେହି ସମୟରେ ଦଶପଲ୍ଲା ଡ୍ୟାମ ଛକ ନିକଟରେ ଗାଡିର ଆଗ ଆକ୍ସିଲ ଭାଙ୍ଗିଯିବାରୁ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

Leave A Reply