ଟ୍ରକ-କାର୍‍ ମଧ୍ୟରେ ଧକ୍କା:୨ମୃତ

0

ବହଳଦା : ବହଳଦାରୁ ଦୁନ୍ଦୁ ଯାଇଥିବା ରାସ୍ତାରେ ବିଦାୟୀ ବର୍ଷର ଶେଷ ରାତ୍ରିରେ ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା। ସୋମବାର ରାତିରେ ବହଳଦା-ଦୁନ୍ଦୁ ରାସ୍ତାରେ ଥିବା ଏକ ଢାବା ସଂଲଗ୍ନ ମୁଖ୍ୟ ରାସ୍ତାରେ ଏକ ଟ୍ରକ ଓ କାର୍‍ ମଧ୍ୟରେ ଧକ୍କା ହେବାରୁ କାର୍‍ ଭିତରେ ଥିବା ଦୁଇ ଆରୋହୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ବହଳଦା ଡାକ୍ତରଖାନା ପରିସରରେ ମୃତଦେହ ଦୁଇଟି ପଡିରହିଥିବାବେଳେ ଡାକ୍ତରଖାନା ପରିସରରେ ଉଭୟ ବହଳଦା ଓ ଦୁନ୍ଦୁର ଶତାଧିକ ଲୋକଙ୍କ ଭିଡ ଜମିଛି। ମୃତକ ଦୁଇ ଯୁବକ ବହଳଦା ସଂଲଗ୍ନ ବଡଦୁନ୍ଦୁ ଗ୍ରାମର ଅଧିବାସୀ। ଦୁର୍ଘଟଣାରେ ମୃତ ଦୁଇ ଯୁବକଙ୍କ ନାମ ଏମଡି ମଜରୁର ଆଲାମ(୩୫) ଓ ଏମଡି ଆଲତାଫ ହୁସେନ ବୋଲି ଜଣାପଡିଛି। ଦୁର୍ଘଟଣାରେ ମୃତ ଦୁଇ ଯୁବକଙ୍କ ମୁଣ୍ଡରେ ଓ ମୁହଁରେ ଗଭୀର ଅଘାତ ଲାଗିବା ସହ ରକ୍ତରେ ଜୁଡୁବୁଡୁ ହୋଇ ରହିଥିବାର ଦେଖିବାକୁ ମିଳିଛି। ବହଳଦା ଥାନା ଆଇଆଇସି ବୀରେନ୍ଦ୍ର କୁମାର ସେନାପତି ଦୁର୍ଘଟଣାସ୍ଥଳରେ ନିଜେ ଉପସ୍ଥିତ ରହି ସ୍ଥିତି ନିୟନ୍ତ୍ରଣ କରୁଛନ୍ତି।

Leave A Reply