ପିକନିକ୍ ବସ ଦୁର୍ଘଟଣାଗ୍ରସ୍ତ, ୨ ମୃତ ଓ ୧୫ ରୁ ଅଧିକ ଆହତ

0

ସାଲେପୁର : ଶୁକ୍ରବାର ସକାଳ ସମୟରେ କମରପଦା ଅଞ୍ଚଳ ନିକଟବର୍ତ୍ତୀ କଟକ- ପାରାଦ୍ୱୀପ ରାସ୍ତାରେ ପିକନିକ୍ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି ।  ଜଗତସିଂହପୁରର ଗୋରଖନାଥ ଯାଉଥିବା ଏହି ପିକନିକ୍ ବସ ହାଇୱା ଟ୍ରକ ସହ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ୨ଜଣଙ୍କର ମୃତ୍ୟୁ ଘଟିଛି । ଏଥିରେ ୨୦ ଜଣ ଆହତ ହୋଇଥିବା ଜଣାପଡିଛି ।
ସୂଚନା ଅନୁଯାୟୀ, ବସଟି ଭୁବନେଶ୍ୱର ଅନ୍ତର୍ଗତ ଶୈଳଶ୍ରୀ ବିହାରରୁ କିଛି ଲୋକ ବଣଭୋଜି କରିବାକୁ ଜଗତସିଂହପୁରର ଗୋରଖନାଥ ଅଭିମୁଖେ ଯାଉଥିଲେ । ବସଟି କଟକ – ପାରାଦ୍ୱୀପ ରାସ୍ତାରେ ଯାଉଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ ସହ ଧକ୍କା ହୋଇଥିଲା । ଫଳରେ ଉଭୟ ଗାଡ଼ି ଓଲଟି ପଡ଼ିବାରୁ ବସର ହେଲପର ଏବଂ ଟ୍ରକର ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି । ବସରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୨୦ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୭ ଜଣ ଗୁରୁତର ହୋଇଥିବା ଜଣାପଡିଛି । ଚିକିତ୍ସା ପାଇଁ ଆହତମାନଙ୍କୁ କଟକ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।

Leave A Reply