ଟ୍ରକ ଧକ୍କାରେ ଜଣେ ମୃତ

0

ଭବାନୀପାଟଣା : କଳାହାଣ୍ଡି ଜିଲା କେସିଙ୍ଗା-ଭବାନୀପାଟଣାର ୨୬ନମ୍ବର ଜାତୀୟ ରାଜପଥରେ ସଡକ ଦୁର୍ଘଟଣା ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ଭବାନୀପାଟଣା ରାମନଗରପଡାର ସନ୍ଦିପ ପଟ୍ଟନାୟକ (୩୨)। ସେ ତାଙ୍କ ବାଇକ ଯୋଗେ ଯାଉଥିବା ବେଳେ ଟ୍ରକ ସହ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରକଟିକୁ ଅଟକ ରଖିବା ସହ ତଦନ୍ତ ଆରମ୍ଭ କରିଛି।

Leave A Reply