ଅଜଣା ଗାଡି ଧକ୍କାରେ ଯୁବକ ମୃତ

0

ବୌଦ୍ଧ : ଅଜଣା ଗାଡି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି। ବୁଧବାର ସକାଳେ ବୌଦ୍ଧ ଜିଲାର ୫୭ନମ୍ବର ଜାତୀୟ ରାଜପଥ ମର୍ଜାତିପୁର ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତ ଯୁବକଙ୍କ ନାମ ଉପେନ୍ଦ୍ର ଭଞ୍ଜ। ଯୁବକଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଲୋକମା​‌ନେ ରାସ୍ତା ଅବରୋଧ କରିଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରୁଛି। ଏହାସହ ତଦନ୍ତ ଆରମ୍ଭ କରିଛି।

ସୂଚନାଯୋଗ୍ୟ ଯେ, ଉପେନ୍ଦ୍ର ନିଜ ବାଇକ ଯୋଗେ ଗିରାଶିଙ୍ଗାସ୍ଥିତ ବନ ପ୍ରକଳ୍ପରୁ ନିଜ ଗାଁ ମର୍ଜାତିପୁରକୁ ଆସୁଥିଲେ। ଏହି ସମୟରେ ଏକ ଅଜଣା ଗାଡି ଆସି ତାଙ୍କୁ ପଛ ପଟୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ଉପେନ୍ଦ୍ରଙ୍କର ମୃତ୍ୟୁ ହୋଇଥିଲା।

Leave A Reply