ହାଇୱା ତଳେ ଚାପିହୋଇ ବୃଦ୍ଧଙ୍କ ମୃତ୍ୟୁଘଟଣା ; ୨ ଦିନ ପରେ ରାସ୍ତାରୋକ ପ୍ରତ୍ୟାହୃତ

0

କଳାପଥର(ବାଙ୍କୀ) : ବାଙ୍କୀ ମୁଖ୍ୟ ବଜାର ଆଦିମାତା ଛକଠାରେ ଏକ ହାଇୱା ଗାଡି ଧକାରେ ଗୁରୁବାର ସଂନ୍ଧ୍ୟା ସମୟରେ ଗୋପାଳପୁର ଗ୍ରାମର ହାଡୁ ସାମଲଙ୍କ ମୃତ୍ୟୁପରେ ଗ୍ରାମବାସୀ ମାନେ ନଦୀକୁଣ୍ଡା ଉପରେ ଟାୟାର ଜାଳି ରାସ୍ତାରୋକ କରିଥିଲେ। ଶୁକ୍ରବାର ସକାଳୁ ହରିହର ଭେଟ ଛକ ନିକଟରେ ଶତାଧିକ ଗ୍ରାମବାସୀ ପଥର ପକାଇ ଟାୟାର ଜାଳି ରାସ୍ତା ଅବରୋଧ କରିବା ଫଳରେ ଗାଡିମୋଟର ଚଳାଚଳ ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇପଡିଥିଲା। ଦୀର୍ଘ ୪ ଘଣ୍ଟାକାଳ ରାସ୍ତାରୋକ ଫଳରେ ଯାତ୍ରୀମାନେ ଅସୁବିଧାର ସମ୍ମୁଖିନ ହୋଇଥିଲେ।

ଘଟଣା ସ୍ଥଳରେ ବାଙ୍କୀ ଅତିରିକ୍ତ ତହସିଲଦାର କିଶୋର ଦାସ, ବାଙ୍କୀ ଥାନା ଅଧିକାରୀ ସମୀର କୁମାର ପଣ୍ଡା, ଏସ.ଆଇ ସ୍ନୀଗ୍ଧାମୟୀ ବରାଳ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରିବା ସହିତ ପ୍ରଶାସନ ତରଫରୁ ରେଡକ୍ରସ ପାଣ୍ଠିରୁ ସହାୟତା ଦୋବକୁ ପ୍ରତିଶୃତି ଦେବାପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଛି। ଆଜି ମୃତ ହାଡୁସାମଲଙ୍କ ଶବକୁ ବାଙ୍କୀ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଚେଦ କରାଯାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡିଛି।

Leave A Reply