ସଡକ ଦୁର୍ଘଟଣାରେ ଜଣେ ମୃତ, ଦୁଇ ଗୁରୁତର

0

ଚୌଦ୍ବାର : ପାଟ୍ରୋଲିଂ ବେଳେ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ହୋଇଛନ୍ତି। ଏହି ଦୁର୍ଘଟଣା ଚୌଦ୍ବାର ମଙ୍ଗୁଳୀ ଛକ ନିକଟରେ ଘଟିଛି। ଏନଏଚଏଆଇର ପାଟ୍ରୋଲିଂ ଗାଡି ସହ ଏକ ଟ୍ରକର ଧକ୍କା ହୋଇଥିଲା। ଦୁର୍ଘଟଣାରେ ଗୁରୁତର ହୋଇଥିବା ୨ଜଣ ବ୍ୟକ୍ତିଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି। ମୃତ ବ୍ୟକ୍ତି ଜଣକ ଏନଏଚଏଆଇର କର୍ମଚାରୀ ବୋଲି ସୂଚନା ମିଳିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave A Reply