ବସ୍ ଧକ୍କାରେ ବ୍ୟକ୍ତିଙ୍କ ମୃତ୍ୟୁ

0

ବଲାଙ୍ଗୀର : ବସ୍ ଧକ୍କାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତିଙ୍କ ନାମ ପର୍ଶୁ ରଣା (୫୫)। ସେ ତାଙ୍କ ଜ୍ବାଇଁଙ୍କ ସହ ଶନିବାର ସକାଳ ୬.୩୦ଟା ସମୟରେ ସୁପର ଏକ୍ସଚେଲରେ ବନ୍ଧକୁ ଯାଉଥିଲେ। ଏହି ସମୟରେ ଏକ ବସ୍ ପର୍ଶୁଙ୍କୁ ପଛ ପଟୁ ପିଟି ଦେଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ମୃତ୍ୟୁ ପରେ ସ୍ଥାନୀୟ ଲୋକମାନେ କ୍ଷତିପୂରଣ ଦାବିରେ ୫୯ ନମ୍ବର ଜାତୀୟ ରାଜପଥରେ ମୃତଦେହ ରଖି ରାସ୍ତାରୋକ କରିଛନ୍ତି। ରାସ୍ତାରୋକ ଫଳରେ ଯାତାୟତରେ ବାଧା ସୃଷ୍ଟି ହୋଇଛି। ମୁରିବାହାଲ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave A Reply