ସଡକ ଦୁର୍ଘଟଣାରେ ୭ ମୃତ, ୩ ଆହତ

0

ଜମ୍ମୁ: ଜମ୍ମୁ କାଶ୍ମୀରର ରିୟାସୀ ଜିଲ୍ଲାରେ ଗୁରୁବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣାରେ ୩ ଜଣ ଆହତ ହୋଇଥିବା ଜଣାପଡିଛି । ଏହି ଦୁର୍ଘଟଣା ବିଷୟରେ ଶୁକ୍ରବାର ସକାଳୁ ଜଣାପଡିଥିଲା।

ଦୁର୍ଘଟଣା ବିଷୟରେ ଜଣାପଡିଲା ପରେ ପୁଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପାହାଡରୁ ତୁଷାରପାତ ହୋଇ ସଡକରେ ବରଫ ଜମି ରହିଥିବା କାରଣରୁ ଗାଡି ଭାରସ୍ୟମ ହରାଇ ଖାଇ ତଳକୁ ଖସି ଯାଇଥିବା ଅନୁମାନ କରାଯାଉଛି । ହେଲେ ଏହି ଦୁର୍ଘଟଣାକୁ ନେଇ ପୁଲିସ ଅଧିକାରୀଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ ।

Leave A Reply