ସଡକ ଦୁର୍ଘଟଣାରେ ୭ ଆହତ

0

ଆଠଗଡ : ଟ୍ରକ ସହ ବସର ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୭ଜଣ ବ୍ୟକ୍ତି ଆହତ ହୋଇଥିବାର ସୂଚନା ମିଳିଛି। କଟକ ଜିଲା ଆଠଗଡ ଖୁଣ୍ଟୁଣି ବଜାରରେ ଏହି ଦୁର୍ଘଟଣା ଘଟିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ଆହତଙ୍କ ମଧ୍ୟରୁ ୫ଜଣଙ୍କୁ ଆଠଗଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହାସହ ଅନ୍ୟ ୨ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ବସଟି ନୁଆପଡାରୁ ଭୁବନେଶ୍ବର ଯାଉଥିବା ବେଳେ ଶୁକ୍ରବାର ଭୋର ସମୟରେ ଏହି ଦୁର୍ଘଟଣା ଘଟିଛି।

 

 

Leave A Reply