ସଡ଼କ ଦୁର୍ଘଟଣାରେ ଜଣେ ମୃତ, ୨ ଗୁରୁତର

0

ଯାଜପୁର : ଯାଜପୁର ଜିଲା ବୈରୀ ଥାନା ଅନ୍ତର୍ଗତ ଛତିଆ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଧାନକଟା ଗାଡ଼ିକୁ ଏକ ଟାଟା ଏସି ପଛପଟୁ ଧକ୍କା ଦେବା ଯୋଗୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି। ମୃତକ ହେଉଛନ୍ତି ମଙ୍ଗଳପୁର ଥାନା ଅନ୍ତର୍ଗତ କମାରଡିହ ଗ୍ରାମର ତ୍ରୈଲୋକ୍ୟ ନାୟକ। ଆହତମାନେ ବାଲିଅନ୍ତା ଥାନା ପାହାଳ ଅଞ୍ଚଳର ବୋଲି ଜଣାପଡ଼ିଛି। ବଡ଼ଚଣା ଡ଼ାକ୍ତରଖାନାରେ ଆହତମାନଙ୍କର ଚିକିତ୍ସା କରାଯାଇଛି। ସୂଚନା ଅନୁଯାୟୀ, ସୋମବାର ସକାଳେ ଏମାନେ ଟାଟା ଏସି ଗାଡ଼ିରେ ଚଣ୍ଡିଖୋଲରୁ କଟକ ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା। ଟାଟା ଏସିର ସମ୍ମୁଖ ଭାଗ ନଷ୍ଟ ହୋଇଯାଇଛି। ବୈରୀ ଥାନା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Leave A Reply