ଆମ୍ବୁଲାନ୍ସ ଦୁର୍ଘଟଣା, ୩ ଗୁରୁତର

0

ଉମରକୋଟ : ନବରଙ୍ଗପୁର ଜିଲା ଗବାଗୁଡ଼ା ନିକଟରେ ଏକ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି। ପ୍ରସୂତିଙ୍କୁ ନେଇ ଡ଼ାକ୍ତରଖାନା ଯାଇଥିବା ବେଳେ ୧୦୮ ଆମ୍ବୁଲାନ୍ସର ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ପ୍ରସୂତିଙ୍କ ସହ ଆଶାକର୍ମୀ ଓ ଆମ୍ବୁଲାନ୍ସ ଡ଼୍ରାଇଭର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଶନିବାର ରାତିରେ ଝରିଗାଁ ବ୍ଲକ ଚଚ୍ଚା ଗାଁର ଜଣେ ପ୍ରସୂତିଙ୍କୁ ନେଇ ଆମ୍ବୁଲାନ୍ସ ଡ଼ାକ୍ତରଖାନା ଯାଉଥିଲା। ଗବାଗୁଡ଼ା ଠାରେ ଆମ୍ବୁଲାନ୍ସଟି ଭାରସାମ୍ୟ ହରାଇବାରୁ ଦୁର୍ଘଟଣା ହୋଇଥିଲା। ଆହତ ପ୍ରସୂତି, ଆମ୍ବୁଲାନ୍ସ ଡ଼୍ରାଇଭର ଓ ଆଶାକର୍ମୀଙ୍କୁ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଆଶାକର୍ମୀ ଓ ପ୍ରସୂତିଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

Leave A Reply