ସଡ଼କ ଦୁର୍ଘଟଣାରେ ୩ ମୃତ

0

ଅନୁଗୁଳ : ଜରପଡ଼ା ଠାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ତୀର୍ଥ କରିବାକୁ ଯାଇଥିବା ଯାତ୍ରୀବାହୀ ୱିଙ୍ଗର କୋରାପୁଟରରୁ ଫେରିବା ସମୟରେ ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିଲା। ସୂଚନା ଅନୁଯାୟୀ ,ଯାତ୍ରୀବାହୀ ୱିଙ୍ଗରଟି ଏକ ଟ୍ରକ ସହିତ ଧକ୍କା ହୋଇଥିଲା। ଗାଡ଼ିରେ ଥିବା ୧୪ ଜଣ ତୀର୍ଥ ଯାତ୍ରୀଙ୍କ ମଧ୍ୟରୁ ୩ ଜଣଙ୍କର ମୃତ୍ୟୁ ହୋଇଛି ଓ ୧୧ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ମୃତକ ୨ ଜଣଙ୍କ ନାମ ଅରୁଣ କୁମାର ଓ ଶିବରାମ ସାହୁ। ଏମାନେ ବଲାସିଙ୍ଗା ଓ ତୁଳସୀପାଳ ଅଞ୍ଚଳର ବୋଲି ସୂଚନା ମିଳିଛି। ଅନ୍ୟ ଜଣ ଆହତ ଧରଣୀ ପ୍ରଧାନଙ୍କୁ କଟକ ଆଣୁଥିବା ସମୟରେ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିଲା। ଗୁରୁତର ଆହତମାନେ ଅନୁଗୁଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି।

Leave A Reply